Physical Address

304 North Cardinal St.
Dorchester Center, MA 02124

ODIA PASSAGE SERIES PAGE 2 MUST FOR 2024 ENTRANCE

ODIA PASSAGE SERIES PAGE 2 MUST FOR 2024 ENTRANCE

ODIA PASSAGE SERIES PAGE 2 MUST FOR 2024 ENTRANCE
ODIA PASSAGE SERIES PAGE 2 MUST FOR 2024 ENTRANCE

 

ଇଂରେଜମାନଙ୍କଦ୍ଵାରା ଦୀର୍ଘ ୨୦୦ ବର୍ଷରୁ ଉର୍ଦ୍ଧ୍ଵ  ଔପନିବେଶିକ ଶାସନ ଫଳରେ ଆମଦେଶ ପ୍ରଗତି ଆଗକୁ ବଢିବା ବଦଳରେ ଅନେକ ପଛକୁ ଚାଲିଗଲା। ସେହି ସମୟ ମଧ୍ୟରେ ଇଂରେଜମାନେ ଆମ ଉନ୍ନତି ପଥରେ ଏମିତି ଖାଲଗାଢ଼ ସୃଷ୍ଟି କରିଦେଇ ଥିଲେ ଯେ ତାକୁ ଅତିକ୍ରମ କରିବାକୁ ଆମକୁ ବହୁତ ଦିନ ଲାଗିଲା। ଇଂରେଜମାନେ .  ଆସିଲାବେଳେ ଆମ ଦେଶର ଜିଡିପି ୨୭% ଥିବାବେଳେ  ସ୍ଵାଧୀନତା ବେଳକୁ ତାହା ଖସିଆସିଥିଲା ୪%କୁ |  ଦେଶରେ ଏକଛତ୍ର ଶାସନ ଚଳାଇଥିବା ଇଂରେଜମାନେ . ପ୍ରତି କ୍ଷେତ୍ରରେ ଭାରତୀୟମାନଙ୍କ ପ୍ରତିଦାନରେ ନିଜର ଉନ୍ନତି ନିମନ୍ତେ ପ୍ରଚେଷ୍ଟା ଜାରି ରଖୁଥିଲେ। ଏଠାରେ କୌଣସି ଜିନିଷ ତିଆରିର ସୁଯୋଗ ରଖିଲେ ନାହିଁ ।  ଉଦାହରଣ ସ୍ଵରୂପ ଆମ ଦେଶରୁ ତୂଳା ଗଲା, ଇଂଲଣ୍ଡରେ  ବସ୍ତ୍ର ପ୍ରସ୍ତୁତ ହୋଇ ଆସିଲା, ଏଠାରୁ ଲୁହା ଗଲା, ସେଠାରୁ  ଇସ୍ପାତ ବା ସେଥିରୁ ପ୍ରସ୍ତୁତ ଜିନିଷ ଆସି ବିକ୍ରି ହେଲା, “୭ ଫଳରେ ଆମରି କଞ୍ଚାମାଲରୁ ନିର୍ମିତ ଜିନିଷ ଉପରେ ଆମେ ଚଡଢ଼ାଦରଁରେ ଟିକସ ଦେଲେ, ଏଇଟା ଇଂରେଜମାନଙ୍କର ଚାଲ୍‌ । ସେମାନେ ଜଣାଇ ଦେବାକୁ ଚାହୁଁଥଲେ ଯେ ଯାହା କରିବୁ, ଆମେ, ତମେ କିଛି କରିପାରିବ ନାହିଁ ଫଳତଃ ° ଧୀରେ ଧୀରେ ଆମ କାରିଗର ସବୁ କାମ ଭୁଲିଗଲେ, ନିକମା ` ହୋଇଗଲେ , ତାଙ୍କ ଶିଳ୍ପ ସମୃଦ୍ଧ ହୋଇ ଚାଲିଲା । ଆମଦେଶ ଖାଲି କଞ୍ଚାମାଲ ଯୋଗାଣକାରୀ ଭାବେ ରହିଗଲା, ସେମାନେ କଞ୍ଚାମାଲ ନିମନ୍ତେ ନାମକୁ ମାତ୍ର ଟିକସ ଦେଲେ _ ବା ଶାସନ କର୍ତା ଭାବେ ନ ଦେଲେ ! ଏମିତିକି ଆମର ବିଶାଳ ସମୁଦ୍ରତଟ ଥାଇ ମଧ୍ୟ ଆମକୁ ଲୁଣ ମାରିବାକୁ ଅନୁମତି ନଥିଲା, ସେଇଠୁ ` ପାଇଁ ତ ୧୯୩୦ ଗାନ୍ଧୀଜୀଙ୍କ ଦାଣ୍ଡି ଯାତ୍ରା ହୋଇଥିଲା । ଇଂଲଣ୍ଡରୁ ଲୁଣ ଆଣ ଏଠାରେ  ବିକିଲେ, ପ୍ରତି` କ୍ଷେତ୍ରରେ ଆମକୁ ଅଳସୁଆ, ଅପଦାର୍ଥ କରିଦେବାକୁ ଏହା ଥିଲା ସୁଚିନ୍ତିତ ଷଡଯନ୍ତ୍ର।

ସ୍ଵାଧୀନତା ବେଳେ ଆମ ଦେଶର ଜିଡିପି କେତେ ଥିଲା

A. 3%

B. 4%

C. 5%

D. 27%

2. ଇଂରେଜ ମାନଙ୍କୁ କଞ୍ଚାମାଲ କଉଠୁ ମିଳୁଥିଲା

A. ଇଂଲଣ୍ଡ ରୁ

B. ଭାରତରୁ

C. ଆମେରିକାରୁ

D. ସମୁଦ୍ରରୁ

3. 1930 ରେ ପ୍ରସିଦ୍ଧ ଦଣ୍ଡି ଯାତ୍ରା କଣ ପାଇ ହୋଇଥିଲା

A. ଇଂରେଜ ମାନଙ୍କ ସହ ଲଢେଇ କରିବା ପାଇ

B. ଲୁଣ ମାରିବା ପାଇ ଅନୁମତି ନଥିବାରୁ

C. ଲୁଣ ଖାଇବାକୁ ନ ଦେବାରୁ

D. ଇଂରେଜ ନଦେବା ପାଇ

4. ଇଂରେଜ ମାନଙ୍କ ଶାସନ ଫଳରେ ଆମ ଦେଶର ପ୍ରଗତି

A. ଆଗେଇଥିଲା

B. ଅପରିବର୍ତ୍ତିତ ଥିଲା

C. ପଛେଇ ଥିଲା

D. ଅଳ୍ପ ଜାଗାରେ ପଛେଇ ଥିଲା

5. ‘ସ୍ଵାଧୀନ’ ର ବିପରୀତ ଶବ୍ଦ ଟି

A. ସ୍ଵତନ୍ତ୍ର

B. ଅଧୀନ

C. ପରାଧୀନ

D. ପ୍ରଧୀନ

ANSWER KEY Click here

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

One comment

Leave a Reply

Your email address will not be published. Required fields are marked *