Physical Address

304 North Cardinal St.
Dorchester Center, MA 02124

ODIA PASSAGE PAGE 3 BEST OF BEST MUST FOR 2024 ENTRANCE

ODIA PASSAGE PAGE 3 BEST OF BEST MUST FOR 2024 ENTRANCE

ODIA PASSAGE PAGE 3 BEST OF BEST MUST FOR 2024 ENTRANCE

ODIA PASSAGE PAGE 3 BEST OF BEST MUST FOR 2024 ENTRANCE
ODIA PASSAGE PAGE 3 BEST OF BEST MUST FOR 2024 ENTRANCE

ମଦ୍ୟପାନ ଶରୀରରେ ଅନେକ ରୋଗର କାରଣ ହୋଇଥାଏ । ଏହା “ ଯକୃତକୁ ନଷ୍ଟକରିବା ସଙ୍ଗେସଙ୍ଗେ ଆହୁରି ଅନେକ ପ୍ରକାର ରୋଗ କରାଇଥାଏ ।  ମାନସିକ ଗୋଳମାଳ, ଆଲକହଲ ପଏଜନିଙ୍ଗ, (ବିଷାକ୍ତ) ଭ୍ରୁଣ ନଷ୍ଟ, ମଲାପିଲା ଜନ୍ମ ସାଙ୍ଗକୁ ଅଗ୍ନାଶୟର ଇନଫେକସନ, କ୍ୟାନସର, ଡାଇବେଟିସ୍‌, ରକ୍ତଚାପ, ହୃଦ୍‌ରୋଗ, ସ୍ନାୟୁ ଜନିତ ରୋଗକୁ ଡାକି ଆଣିଥାଏ । ମାନସିକ ଦୁର୍ବଳତା, ସିକ୍ରୋସିସ୍ ଷ୍ଟ୍ରୋକ ଓ ବିଭିନ୍ନ ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଥାଏ। ସବୁଠାରୁ ବଡ କଥା ହେଲା ଆଲକହଲ୍‌ ପାକସ୍ଥଳୀରୁ ବିଶୋଧିତ ହୋଇ  ଯକୃତରେ ପହଞ୍ଚେ ଓ ସେଠାରେ ଏସିଟିଲ ଡିହାଇଡରେ ପରିଣତ ହୁଏ । ଏହି । _ ଏସିଟିଲ ଏକ ପ୍ରକାର ବିଷାକ୍ତ ଦ୍ରବ୍ୟ। ଏହା ଜୀବ କୋଷରେ ପ୍ରବେଶ “  _ କରି ସେଥିରେ ଥିବା ଡି.ଏନ.ଏ ଓ ଗୁଣସୂତ୍ରକୁ ନଷ୍ଟ କରିଦିଏ । ଫଳରେ ଯକୃତରେ   କ୍ୟାନସର ଜନିତ ଭୟାବହ ରୋଗ କରି ପ୍ରାଣ ଘାତକ ହୁଏ। ତେଣୁ ମଦ୍ୟପାନର  ସୁଦୂର ପ୍ରସାରୀ ଫଳାଫଳ ଅତ୍ୟନ୍ତ ବିଷମୟ ଓ ମାରାତ୍ମକ|  ଆମ୍ଭେମାନେ ଜାଣିଛୁ ନିଶା ମୁକ୍ତି ଆନ୍ଦୋଳନର ଜନକ ଥିଲେ ମହାତ୍ମା ଗାନ୍ଧୀ । ଅସହଯୋଗ ଆନ୍ଦୋଳନ ସଂଗରେ ସେ ଏହି ନିଶାମୁକ୍ତି ଆନ୍ଦୋଳନକୁ ଗୁରୁତ୍ଵ ଦେଉଥିଲେ | ସିଏ କହୁଥୁଲେ ଦେଶର ଦାରିଦ୍ର୍ୟ ଓ ଦୁର୍ଗତିର ମୁଖ୍ୟ କାରଣ ହେଉଛି ନିଶା ସେବନ | ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ଅନୁସାରେ ଜାତୀୟ ସ୍ତରରେ ଶତକଡ଼ା ୧୮ ଭାଗ ଲୋକ ମଦ୍ୟପାନ କରିଥାନ୍ତି । ଆମ ଓଡ଼ିଶାରେ ଏ ସଂଖ୍ୟା ୨୮.୮ ପ୍ରତିଶତ | ପୁଣି ଏଥିରେ ମହିଳା ମଦ୍ୟପାନ ଅଧୁକ ବୋଲି ଜଣାଯାଏ। ଆମ ରାଜ୍ୟରେ ମଦ୍ୟପାନ କରୁଥୁବା ବ୍ୟକ୍ତିମାନଙ୍କ ମଧ୍ୟରେ ୪୨ ପ୍ରତିଶତ ଛାତ୍ର ଓ ଛାତ୍ରୀ ମଦ୍ୟପାନ କରିଥାନ୍ତି । ପୁଣି ୩୦ ପ୍ରତି ଶତାଂଶଙ୍କ ବୟସ ୧୬ରୁ ୨୨ ଭିତରେ ହୋଇଥାଏ ଯୁବ ସଂପ୍ରଦାୟ ନିଶା ଗ୍ରସ୍ତ ହେଲେ ସମାଜର ଉନ୍ନତି ଅସମ୍ଭବ। “

1.ଆଲକୋହଲ୍ ଯକୃତରେ କୋଉ ରାସାୟନିକ ଦ୍ରବ୍ୟରେ ପରିଣତ ହୁଏ

A.ହାଇଦ୍ରୋଚ୍ଲୋରିକ ଏସିଡ

B.ସୋଡିୟମ୍

C.ଏସିଟିଲ ଡିହାଇଡ୍

D.ଏସିଟିଲ ଚ୍ଲୋରାଇଡ୍

2.ଡି. ଏନ୍.ଏ ଓ ଗୁଣ ସୂତ୍ର କୋଉଠି ଥାଏ

A.ଅଲକୋହଲ୍ ରେ

B.ଯକୃତରେ

C.ଅଗ୍ନାଶୟରେ

D.ଜୀବକୋଷରେ

3. ନିଶାସେବନ ଦରିଦ୍ର ଓ ଦୂର୍ଗତିର ମୂଳ କାରଣ ଏକଥା କିଏ କହିଥିଲେ

A.ମହାତ୍ମା ଗାନ୍ଧୀ

B.ଓଡ଼ିଶା ବାସୀ

C.ବଜ୍ଞାନିକ

D.ଛାତ୍ର ମାନେ

4.କେତେ ପରିଶତ ଲୋକ ଓଡ଼ିଶାରେ ମଦ୍ୟ ପାନ କରନ୍ତି

A.22.8

B.28.8

C.18

D.30

5.ଶବ୍ଦ ‘ ଉନ୍ନତି ‘ ର ବିପରୀତ ଶବ୍ଦ ଟି କଣ ହେବ

A.ବିନତି

B.ଉର୍ଧଗତି

C.ଅବନତି

D.ପତନ

ANSWER KEY Click here

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

One comment

Leave a Reply

Your email address will not be published. Required fields are marked *