Physical Address

304 North Cardinal St.
Dorchester Center, MA 02124

ODIA PASSAGE BEST OF BEST PART10 2024

ODIA PASSAGE BEST OF BEST PART10 2024

ODIA PASSAGE BEST OF BEST PART10 2024

ODIA PASSAGE BEST OF BEST PART10 2024
ODIA PASSAGE BEST OF BEST PART10 2024

ଜଳକୁ ଆମେ ବିଭିନ୍ନ ଉପାୟରେ ସଂରକ୍ଷିତ କରିପାରିବା । ଯଥା- ନିଜ ଗୃହର ଛାତ ଉପରେ ବର୍ଷା ଜଳକୁ ବୈଜ୍ଞାନିକ ଉପାୟରେ ସଂରକ୍ଷିତ କରିବା, ଯଦି ଛାତର ସୁବିଧା ନାହିଁ ତଳେ ଟାଙ୍କି ମାଧ୍ୟମରେ ସଂରକ୍ଷଣ କରିପାରିବା । ଆବଶ୍ୟକ ଅନୁସାରେ ସଂରକ୍ଷଣ କରିବା ଏବଂ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା । ଗଛନକାଟି ବୃକ୍ଷଲତା ଓ ସବୁଜିମାର ସୁରକ୍ଷା କରିବା ପ୍ରମୁଖ ଦିଗ ପ୍ରତି ଧ୍ୟାନ ଦେଲେ ବହୁ ପରିମାଣରେ ଜଳ ସଂରକ୍ଷିତ ହୋଇପାରିବ। ଗ୍ରୀଷ୍ମ ଋତୁରେ କୂପ୍‌ ନଳକୂପ, ପୋଖରୀ ପ୍ରମୁଖର ଜଳସ୍ତର ବହୁ ପରିମାଣରେ ହ୍ରାସ ପାଇଥାଏ । ଏହା କେବଳ ଆମ ରାଜ୍ୟରେ ନୁହେଁ ସମଗ୍ର ରାଷ୍ଟ୍ର ତଥା ବିଶ୍ଵର ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେଲାଣି। ଏକ ସର୍ବେକ୍ଷଣରେ ଆଶଙ୍କା ବ୍ୟକ୍ତ କରାଯାଇଛି ଯେ ୨୦୫୦ ମସିହା ବେଳକୁ ସାରା ବିଶ୍ଵରେ ତୃଷ୍ଣା ମେଣ୍ଟାଇବା ପାଇଁ ଜଳ ଆଦୌ ମିଳି ନପାରେ। ଏହା ଘୋର ଚିନ୍ତାର ବିଷୟ ।  ମନୁଷ୍ୟ ଆବଶ୍ୟକତା ତୁଳନାରେ ଅଧିକ ପାଣି ଅପଚୟ କରିଥାଏ ଏବଂ ଘରଠାରୁ ରାସ୍ତାକଡ଼ରେ ଲାଗିଥବା ପାଣି ପାଇପ୍‌ ଓ କୂଅରୁ ପାଣି ଝରିବା ଦୃଶ୍ୟ ପ୍ରତିଦିନ ଆମ ଦୃଷ୍ଟିକୁ ଆସିଲେ ମଧ୍ୟ ଆମେ ସେଥିପ୍ରତି ନଜର ଦେଇନଥାଉ | ସେହିପରି ନଦୀ, ଝରଣା, ହୃଦ, ପୋଖରୀ ଜଳକୁ ମଣିଷ ଅବାଧରେ ପ୍ରଦୂଷିତ କରିଥାଏ । କଳକାରଖାନାଗୁଡ଼ିକର ବର୍ଜ୍ୟବସ୍ତୁ ନଦୀନାଳମାନଙ୍କୁ ଛଡ଼ାଯିବା ଦ୍ବାରା ପାଣି ବହୁମାତ୍ରାରେ ଦୂଷିତ ହୋଇଥାଏ। ଚୀନ, ଭାରତ, ଇରାକ୍‌ ଆଦି ଅନେକ ଅର୍ଦ୍ଧବିକସିତ ଦେଶରେ କଳକାରଖାନାରୁ ନିର୍ଗତ ଆବର୍ଜନା ଓ ଦୂଷିତ ପଦାର୍ଥ ପ୍ରାକୃତିକ ଜଳଧାରାକୁ ଛାଡ଼ିଦିଆଯାଏ। ଫଳରେ ଜଳ ପ୍ରଦୂଷଣ ଜନିତ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗେ ଏବଂ ସାରା ବିଶ୍ଵରେ ପ୍ରତିଦିନ ଅସଂଖ୍ୟ ଲୋକ ମୃତ୍ୟୁବରଣ କରିଥାନ୍ତି। ଜଳ ସୀମିତ ହୋଇଯିବାରୁ ଜଳ ଅମଳ ଓ ସଂରକ୍ଷଣ ପାଇଁ ବିଶ୍ଵସ୍ତରରେ ଉଦ୍ୟମର ବହୁ ଆବଶ୍ୟକତା ରହିଛି । ମୁନ୍ଦାଏ ଜଳ ବି ଅତ୍ୟନ୍ତ ମୂଲ୍ୟବାନ୍‌ । ବିଶୁଦ୍ଧ ଜଳର ସୁନିୟନ୍ତ୍ରିତ ପରିଚାଳନା ପାଇଁ ଯଥାର୍ଥ ନୀତି, ଯୋଜନା ଓ କାର୍ଯ୍ୟକ୍ରମ ଗ୍ରହଣ କରିବା ଉପରେ ଗୁରୁତ୍ଵଦେବା ଆବଶ୍ୟକ । ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିଜ ନିଜ ସ୍ତରରେ କିଛିଟା ଉଦ୍ୟମ ଆରମ୍ଭ କରିଛନ୍ତି। ମାତ୍ର ବ୍ୟାପକ ଭାବେ ଏହା ଉପରେ ଧ୍ୟାନଦେବା ଜରୁରୀ ।

1.କଣ ଏବେ ସବୁ ଦେଶର ପ୍ରମୁଖ ସମସ୍ୟା

A.ଜଙ୍ଗଲ ନଷ୍ଟ

B.ଜଳ

C.ସରକାର

D.ଲୋକ

2.ଜଳକୁ ସଂରକ୍ଷିତ ରଖିବାର ଵଜ୍ଞାନିକ ଉପାୟ କଣ

A.ଜଙ୍ଗଲ କାଟିବା

B.ଚାଷ କରିବା

C.ଛାତର ବ୍ୟବହାର

D.ଜନ ସଂଖ୍ୟା ହ୍ରାସ

3.ପ୍ରାକୃତିକ ଶବ୍ଦର ବିପରୀତ ଶବ୍ଦଟି କଣ

A.ଅପକୃତିକ

B.କୃତିକ

C.କୃତିମ

D.ସମ୍ପ୍ରସାରିତ

4.ଭାରତ ଏକ କଉ ପ୍ରକାର ଦେଶ

A.ଅର୍ଦ୍ଧବିକସିତ

B.ବିକଶିତ

C.ନିମ୍ନ ତର

D.କର୍ମ ତତ୍ପର

5.କଳକାରଖାନା ର ଜଳ କଉଠି ମିସେ

A.ପିଇବା ପାଣିରେ

B.ନଦୀରେ

C.ପୋଖରୀରେ

D.ମିଶେନାହି

ANSWER KEY click here

for more CLICK HERE

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

Leave a Reply

Your email address will not be published. Required fields are marked *