Physical Address

304 North Cardinal St.
Dorchester Center, MA 02124

ODIA PASSAGE BEST OF BEST PART 8 2024

ODIA PASSAGE BEST OF BEST PART 8 2024

ODIA PASSAGE BEST OF BEST PART 8 2024

ODIA PASSAGE BEST OF BEST PART 8 2024
ODIA PASSAGE BEST OF BEST PART 8 2024

କରୁଣା ପ୍ରଦର୍ଶନ କରିବା ପାଇ ଗୋଟେ କଛି ନିର୍ଦ୍ଦିଷ୍ଟ ତିଥି ନକ୍ଷତ୍ର ଖୋଜିବା ଲୋଡ଼ା ନାହିଁ, ଲୋଡ଼ା ନାହିଁ ବି ଅପେକ୍ଷା କରିବାକୁ ନିର୍ଦ୍ଦିଷ୍ଟ କେଉଁ ଦିନ, ମାସ ବା ବର୍ଷକୁ । ଯଦି ଆମେ କିଛି ଗୋଟେ ଭଲ କାମ, କିଛି ଗୋଟେ ଶୁଭ କାମ କାହାରି ପାଇଁ କରୁଣା-ପ୍ରେରିତ ହୋଇ କରିବା ପାଇଁ ଆହ୍ଵାନଟି ଶୁଣୁଛେ, ତେବେ ତୁରନ୍ତ ସେଇଟିକୁ କରିଦେବା ଉଚିତ୍‌ | ସୁଯୋଗକୁ ଚାହିଁ ବସିବା ଅର୍ଥ ଆଦୌ ଏଇ ସ୍ୱଳ୍ପ ଜୀବନକାଳରେ କିଛି କରି ନପାରିବା | କବି ଇ ଏ ବ୍ରିଜିଁଷ୍ଟଲ୍ ସେଇଥି ପାଇଁ ତାଙ୍କ କବିତା “ବଟ୍‌ ଭେନ’- ରେ ପଚାରିଛନ୍ତି: ‘କେବେ, କେବେ କରୁଣ ପୂର୍ଣ୍ଣ କାମଟିଏ କରିବ କୁହ ତ  ଯଦି ତମେ ଅପେକ୍ଷା କରି ରହୁଥାଅ ଦିନ, ମାସ, ବର୍ଷ ଆମେ ଯଦି ହସଟିଏ ହସିଦେଲେ କାହାରି ମୁହଁରେ ହସର ଲହରୀଟିଏ ସଂଚରି ଯାଏ, ତେବେ ଆମେ ହସି ଦେବା । ଆମେ ଯଦି କାହାରି ହାତ ଧରି ପଦେ କୋମଳ କଥା କହି ଦେଲେ କାହାର ମନରେ ଉଲ୍ଲାସର ଉର୍ମି ଖେଳି ଉଠେ, ତେବେ ଆମେ ତାହା ହି ତୁରନ୍ତ କରିଦେବା । ମଧୁର କଥାଟି ଆଜି ହି କହିଦେବା, ନରମ ଦୃଷ୍ଟି ତୋଳି ଶତ୍ରୁଭାବାପନ୍ନ ବ୍ୟକ୍ତିଟିକୁ ଚାହିଁବା ପାଇଁ ଯଦି ଚାହୁଁଛେ, ତୁରନ୍ତ ସେଇମିତି ଚାହିଁ ଦେବା। ଦୁଆର ମୁହଁରେ ଠିଆ ହୋଇଥିବା ଫେରିବାଲାକୁ ଚାହିଁ ହସି ହସି ମିଠା ସମ୍ଭାଷଣ ଟିଏ କରିବା, ସମ୍ଭାନ୍ତ ଦଶନ ବ୍ୟକ୍ତିକୁ ଯେଉଁ ଦୃଷ୍ଟିରେ ଦେଖିବା, ସେଇ ଦୃଷ୍ଟିରେ ବି ଦେଖିବା ରାସ୍ତାକଡ଼ରେ ବସିଥିବା ଭିକାରୀଟିକୁ । ଏଇମିତି ପ୍ରତି ଛତ୍ରେ ଛତ୍ରେ ସଂଚରି ଚାଲିବ କରୁଣାର ବାସନ୍ତୀ ପବନ, ଏଇମିତି ଧୀରେ ଧୀରେ ହ୍ରାସ ହୋଇ ଚାଲିବ ଆମର ଏ ଦୁନିଆରୁ ଯାବତୀୟ ଅଶୋଭନୀୟ, ଅସହନୀୟ ଅଶ୍ନୀଳତା, ହିଂସତା, ବୈରୀ ଭାବନା | କବି ଆଲିସ୍‌ କ୍ଯାରୀଙ୍କ କବିତା ‘କାଇଣ୍ଡ ହାର୍ଟ’ର ଚାରିଟି ଧାଡ଼ିର ମାର୍ମନୁବଦ ଏଇଆ : ‘କରୁଣାର୍ଦ ହୃଦୟଟି ଗୋଟିଏ ଉଦ୍ୟାନ, ଯେଉଁଠାରେ ଅଛି କରୁଣାସିକ୍ତ ଅନେକ ବୃକ୍ଷ / ଏବଂ ତମର କରୁଣା କର୍ମ ସବୁ ପକ୍ୱ ଫଳ ସମାନ ।

1.କଣ କରିବା ଜୀବନରେ କିଛି ନ କରିବା ସହ ସମାନ

A.କାମ କରିବା

B.ଚାକିରି କରିବା

C.ସୁଯୋଗକୁ ଚାହିଁ ବସିବା

D.କରୁଣା କରିବା

2.କାହାକୁ ହସେଇବା ପାଇ କଣ କରିବା ଉଚିତ୍

A.ଅନାଇ ହସିବା

B.ବାଡେଇବା

C.ମୋବାଇଲ ଦେବା

D.ପ୍ରଶ୍ନ ପଚାରିବା

3.କାଇଣ୍ଡ ହାର୍ଟ ର ଲେଖକ କିଏ

A.ୱିଲିଅମ

B.ଆଲିସ୍‌ କ୍ଯାରୀ

C.ବ୍ରିଜିଁଷ୍ଟଲ୍

D.ବିବେକାନନ୍ଦ

4.କରୁନାର୍ଦ୍ ହୃଦୟ କୁ କାହା ସହ ତୁଳନକର ଯାଇଛି

A.ମନ୍ଦିର

B.ଭଗବାନ

C.ଉଦ୍ୟାନ

D.ନିଷ୍କ୍ରିୟ

5.କେଉଁ ଶବ୍ଦଟି’ ବୃକ୍ଷ ‘ ଶବ୍ଦର ପ୍ରତିଶବ୍ଦ

A.କସାର

B.ତରୁ

C.ଘନ

D.ରାଜୀବ

ANSWER KEY click here

 

 

 

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

One comment

Leave a Reply

Your email address will not be published. Required fields are marked *