Physical Address

304 North Cardinal St.
Dorchester Center, MA 02124

ODIA PASSAGE BEST OF BEST PART 5 FOR 2024 EXAM

ODIA PASSAGE BEST OF BEST PART 5 FOR 2024 EXAM

ODIA PASSAGE BEST OF BEST PART 5 FOR 2024 EXAM

ODIA PASSAGE BEST OF BEST PART 5 FOR 2024 EXAM
ODIA PASSAGE BEST OF BEST PART 5 FOR 2024 EXAM

ଦୁନିଆରେ ମାଆ ଆଉ ବାପା ହେଉଛନ୍ତି ଦୁର୍ଲଭ | ତେଣୁ କୁହାଯାଏ ପଇସା ଦେଲେ ସବୁକିଛି ମିଳିଯିବ ହେଲେ ମାଆବାପା ମିଳିବେନି । ମାଆବାପାଙ୍କ ପାଇଁ ସନ୍ତାନ ଖାଲି ସଂସାରକୁ ଆସେ ନାହିଁ ବରଂ ସେମାନଙ୍କ ତ୍ୟାଗ, କଠିନ ପରିଶ୍ରମ ତପସ୍ୟା ତଥା ବଳିଦାନର ବଳିଷ୍ଠ ପୃଷ୍ଠଭୂମି ଉପରେ ସେ ଠିଆହୋଇ ଦୁନିଆ ସହିତ ପରିଚିତ ହୁଏ । ଧନ୍ୟବାଦ ସନ୍ତାନ ଯିଏ ସେ ପରିଚୟକୁ ଠିକ୍‌ ଢଙ୍ଗରେ ପରିଚାଳନା କରନ୍ତି, ଅନ୍ୟଥା ସାମାଜିକ ସଙ୍କଟ ଆଉ ମାନସିକ ଅଶାନ୍ତି ସେମାନଙ୍କୁ ପରିଚାଳିତ କରିବା ଆରମ୍ଭ କରିଦିଏ । ସେଥିପାଇଁ ବୋଧେ ଗୃହସ୍ଥାଶ୍ରମ ଥାଇ ଆଉ ଗୋଟିଏ ନୂଆ ଆଶ୍ରମ ବୃଦ୍ଧାଶ୍ରମ ଖୋଲାହେଲା । ଯେଉଁଠି ମାଆବାପାମାନେ କେତେ ମାନସିକ ଯନ୍ତ୍ରଣା ଭିଡରେ ରୁହନ୍ତି ସେ କଥା ନ କହିବା ଭଲ। ତେବେ ସେ ଜାଗାର ସବୁଲୋକ ଯେ ଅଭାବୀ ତାହା ନୁହେଁ ବରଂ ପରିସ୍ଥିତିରେ କିଛି ଲୋକ ସେଠାକୁ ଆସନ୍ତି । କାହାର ସବୁଥାଇ ମଧ୍ୟ ପିଲାଏ ଜାଣିଶୁଣି ପଚାର ନାହିଁ ତ କାହାର ପିଲାଙ୍କର ପଚାରିବାଟା ଏମିତି ଥାଏ ଯେ, ସେମାନେ ବାଧ୍ୟରେ ଘର ଛାଡ଼ନ୍ତ। କାହାର ପିଲା ବିଦେଶରେ ଥାଇ ପଇସା ପଠାଇଦେଇ, ପାଳ ପଡି ଉଚ୍ଚା ହୋଇ ଓଲଟି ଅଭିଯୋଗ କରେ କି, ଏକା ବୋଲି ମୁଁ ସିନା ତୁମକଥା ବୁଝିପାରୁନି ଯଦି ଆଉ ଜଣେ ଥାଆନ୍ତା ସେ ତୁମ କଥା ବୁଝୁଥନ୍ତା କିନ୍ତୁ ଆଉ କାହାର ପାଞ୍ଚପାଞ୍ଚଟା ପିଲା ଥାଇବି ବାପାମାଆଙ୍କୁ ଠିକ୍‌ରେ ପଚାରନ୍ତି ନାହିଁ। ବରଂ ନିଜଭିତରେ କଳି କରନ୍ତି ଆଉ ଭାଗ ବାଣ୍ଟନ୍ତି କିଏ କେତେ ଦିନ ପୋଷିବ । ଏଠାରେ ପିଲାର ସଂଖ୍ୟାକୁ ନେଇ କଥା ନାହିଁ ବରଂ ନିଜେ ନିଜକୁ ଚିହ୍ନି ନ ପାରିବାରୁ ଯେଉଁ ପରିଚୟ ସଙ୍କଟ ସୃଷ୍ଟିହୋଇଛି ତାହା ହି ମୂଳକଥା | ଯଦି ଜଣେ ନିଜକୁ ଚିହ୍ନି ନ ପାରି, କି ବରିଷ୍ଠଙ୍କ ଅବଦାନକୁ ଅଣଦେଖା କରି “ ଖାଲି ଟଙ୍କା-ପଇସା, ଧନ ରତ୍ନ ଚିହ୍ନିଲା ତେବେ ସେ କେବଳ ନିଜର ନୁହେଁ ବରଂ ସମଗ୍ର ସମାଜ ପାଇଁ ସଙ୍କଟ ସୃଷ୍ଟିକରିବ ଏହା ନିଶ୍ଚିତ । ଏହିପରି ` ପରିଚୟ ସଙ୍କଟ ଆଜି ଅଧିକାଂଶ ଯୁବବର୍ଗଙ୍କ କ୍ଷେତ୍ରରେ ଦେଖାଯାଉଛି । ସୁଖ ସମ୍ପର୍କରେ ଥାଏ, ସମ୍ପଦରେ ନଥାଏ ଆଜି ସମ୍ପଦ ଅଛି, ହୁଏତ କାଲିକୁ ` ` ନଥିବ କିନ୍ତୁ ସମ୍ପର୍କ କାଳକାଳକୁ ରହିଥିବ । ସୁଖକୁ ଯିଏ ବସ୍ତୁ ଭିତରେ  ଖୋଜୁଥାଏ, ସେ ତ ତାକୁ ପାଏନି ବରଂ ସେଥିପାଇଁ ବେଶ୍‌ କିଛି ଧାଁ ଧପଡ଼ କରି ଆଣ୍ଠୁ ଗଣ୍ଠି ଛିଣ୍ଡିବା ଯାଏ କଥାଯାଏ।

1.ସନ୍ତାନ ମାନେ ପରିଚୟକୁ ଠିକ୍ ଭାବରେ ପରିଚାଳନା ନ କଲେ କିଏ ବୃଦ୍ଧ ମାନଙ୍କୁ ପରିଚାଳନା କରେ

a. ବୃଦ୍ଧଶ୍ରମ

b. ମାନସିକ ଅଶାନ୍ତି

c. ପରିଶ୍ରମ

d. ପରିସ୍ଥିତି

2. ବିଦେଶ ରେ ରହି କଣ ଅଭିଯୋଗ କରେ

a.ଅନ୍ୟ କେହି ଭାଇ ଭଉଣୀ ନଥିବାର

b..ଟଙ୍କା ନଥିବାର

c.ଘର ନଥିବାର

d.ଗାଆଁ ରେ କାମ ନଥିବାର

3. ପିଲା ମାନେ ବାପା ମାଆଙ୍କୁ ଅଣଦେଖା କରିବା କାହା ପ୍ରତି ସଙ୍କଟ ଶୃତି କରେ

a.ବୃଦ୍ଧା ଶ୍ରମ

b.ସରକାର

c.ସମଗ୍ର ସମାଜ

d.ଦେଶ

4.ନିମ୍ନ ଲିଖିତ ଶବ୍ଦର ସନ୍ଧି ଟି କଣ ହବ ‘ ସଂସାର ‘

a.ସ + ଆସାର

b.ସସ୍ + ର

c.ସମ୍ + ସାର

d.ସମ୍+ ଅସାର

5. ଲୋକମାନେ ସୁଖକୁ କଉଠି ଖୋଜନ୍ତି

a.ସଂସାରରେ

b.ଘରେ

c.ମାଆ ବାପାଙ୍କ ଠାରେ

d.ବସ୍ତୁରେ

ANSWER KEY Click here

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

One comment

Leave a Reply

Your email address will not be published. Required fields are marked *