Physical Address

304 North Cardinal St.
Dorchester Center, MA 02124

ODIA PASSAGE BEST OF BEST PART 4 MUST BEFORE EXAM 2024

ODIA PASSAGE BEST OF BEST PART 4 MUST BEFORE EXAM 2024

ODIA PASSAGE BEST OF BEST PART 4 MUST BEFORE EXAM 2024
ODIA PASSAGE BEST OF BEST PART 4 MUST BEFORE EXAM 2024

ODIA PASSAGE BEST OF BEST PART 4 MUST BEFORE EXAM 2024

ଭାରତୀୟ ସମାଜ ଓ ସଂସ୍କୃତିରେ ବିବାହ ଏକ ପବିତ୍ର  ବନ୍ଧନ । ବିବାହ କେବଳ ଶାସ୍ତ୍ରସମ୍ମତ ରୀତିନୀତି ମାଧ୍ଯମରେ  ଦୁଇଟି ଶରୀରର ମିଳନ ନୁହେଁ | ଏହା ଦୁଇଟି ଆମ୍ମା, ଦୁଇଟି  ହୃଦୟ, ଦୁଇଟି ମନ, ଦୁଇଜଣଙ୍କ ଭାବାବେଗର ଜନ୍ମ ଜନ୍ମାନ୍ତରର ବନ୍ଧନ । ଏହା ଦୁଇ ପରିବାର ଭିତରେ ଆବେଗିକ  ସଂପର୍କ | ସମ୍ପର୍କରେ ପ୍ରେମ ଆବେଗ, ଆତ୍ମୀୟତା, ପ୍ରତିବଦ୍ଧତା, ବୁଝାମଣା ଏବଂ ପରସ୍ପର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଯେତେ “ ଗଭୀର ବୈବାହିକ ଜୀବନ ସେତେ ସୁଖ ଶାନ୍ତିମୟ । ଏହା ହିଁ ସଫଳ ଜୀବନ । ‘ବିହଙ୍ଗମଃ ପକ୍ଷଦ୍ୱୟନେ ଭୂଷିତଃ ଉଦ୍ଦୀୟତେ _ ବ୍ୟୋମ୍ନି ସୁଖେଚ୍ଛ୍ୟା ଯଥା/ ତଥା ଗୃହସ୍ସଥସ୍ୟ ଗୃହସ୍ୟ ଶୋଭା ପ୍ରଜାୟତେ ଯତ୍ର ଦ୍ବ୍ୟୋ ଅସ୍ତି ସୌହୃଦଃ |’ ଯେପରି ପକ୍ଷୀ ଦୁଇଟି “  ଡେଣାରେ ଭୂଷିତ ହୋଇ ଆକାଶରେ ସୁଖରେ ଉଡ଼ିପାରେ ˆ ସେହିପରି ଘରର ଶୋଭା ଓ ସୁଖଶାନ୍ତି ପୁରୁଷ ଓ ସ୍ତ୍ରୀ ) ଉଭୟଙ୍କର ସାହାଯ୍ୟ ସହଯୋଗରେ ପ୍ରତିଷ୍ଠା ହୋଇଥାଏ । ଅନୁରାଗ ଏବଂ ପରସ୍ପର ପ୍ରତି ସମ୍ମାନର ମୂଳଦୁଆ ଉପରେ ଗଠିତ ଭାରତୀୟ ବୈବାହିକ ବନ୍ଧନ ଶାଶ୍ଵତ ଏବଂ ଚିରନ୍ତନ । ଉଭୟ ପରିବାରର ଗୁରୁଜନମାନଙ୍କ ସ୍ନେହ, ଆଶୀର୍ବାଦ,. ମାର୍ଗଦର୍ଶନ ଆକଟ, ସର୍ବୋପରି ସାମାଜିକ କଟକଣା ଓ ଶୃଙ୍ଖଳା ଏବଂ ନୈତିକତା ପ୍ରତି ସମ୍ମାନ ଏହି ବନ୍ଧନକୁ ଆହୁରି ଦୃଢ଼ କରିଥାଏ। ଏହାକୂ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ; କିନ୍ତୁ ସମୟର ପରିବର୍ତନ ସହିତ ଆଧୁନିକତାର ସ୍ପର୍ଶରେ ଏହି ବନ୍ଧନ ଧୀରେ ଧୀରେ ଶିଥିଳ ହୋଇ ଆସୁଛି । ସଫଳ ବୈବାହିକ ଜୀବନ ପାଇଁ ଆବଶ୍ୟକ ଧୈର୍ଯ୍ୟ ସହନଶୀଳତା, ଆବେଗ ଏବଂ ପରସ୍ପରକୁ ବୁଝିବାର ମାନସିକତା ବର୍ତ୍ତମାନର ଯୁବପିଢି ପାଖରେ ନାହିଁ କହିଲେ ଚଳେ।

1.ଉପରୋକ୍ତ ପାଠ୍ୟଙ୍କ ରେ ବିବାହ କୁ କାହା ସହ ସମାନ ବୋଲି କୁହାଯାଇଛି

A.ସମାଜ ଓ ସଂସ୍କୃତିର ମିଳନ

B.ଶରୀର ର ମିଳନ

C. ଦୁଇ ପରିବାର ଭିତରେ ଅବେଗିକ ସମ୍ପର୍କ

D.ହୀନ କାର୍ଯ୍ୟ

2. ଘରର ସୁରକ୍ଷା ଓ ସୁଖ ଶାନ୍ତି କାହା ଦ୍ଵାରା ହୋଇଥାଏ

A.ପୂଜା କରିବା ଦ୍ୱାରା

B.ପକ୍ଷୀ ଉଡେଇଲେ

C.ପିଲା ଦ୍ଵାରା

D.ପୁରୁଷ ଓ ସ୍ତ୍ରୀ ଉଭୟଙ୍କ ଦ୍ଵାରା

3.କାହାକୁ ସତ ଜନ୍ମର ବନ୍ଧନ କୁହାଯାଏ

A. ସମାଜରେ ରହିବାକୁ

B.ବିବାହକୁ

C.ସଂସାରକୁ

D.ପକ୍ଷୀ ଯୋଡଙ୍କୁ

4.ବ୍ୟୋମ୍ନି ଶବ୍ଦର ଅର୍ଥ କଣ

A.ଆକାଶ

B. ପକ୍ଷୀ

C.ଗୃହ

D.ଗୁରୁଜନ

5.କଣ ବର୍ତ୍ତମାନ ଯୁବପିଢି ପାଖରେ ନାହିଁ

A.ଧନ

B.ପରସ୍ପର କୁ ବୁଝିବାର ମାନସିକତା

C.ପୈତୃକ ସମ୍ପତି

D.ଗୁରୁଜନଙ୍କ ଆଶୀର୍ବାଦ

ANSWER KEY Click here

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

One comment

Leave a Reply

Your email address will not be published. Required fields are marked *