Physical Address

304 North Cardinal St.
Dorchester Center, MA 02124

ODIA PASSAGE BEST OF BEST PART 11 2024

ODIA PASSAGE BEST OF BEST PART 11 2024

ODIA PASSAGE BEST OF BEST PART 11 2024

ODIA PASSAGE BEST OF BEST PART 11 2024
ODIA PASSAGE BEST OF BEST PART 11 2024

ODIA PASSAGE BEST OF BEST PART 11 2024

ଆମ ଦେଶରେ ପ୍ରତିବର୍ଷ ପ୍ରାୟ ୭୦ରୁ ୮୦ ଲକ୍ଷ ଲୋକ ଶ୍ରମ ବଜାରରେ ନୂଆକରି ପ୍ରବେଶ କରୁଛନ୍ତି । ତେ ବେ ଅଧିକାଂଶ ସ୍ବରୋଜଗାର ଓ ସାମୟିକ ମଜୁରିଭିରଭିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ସହରାଞ୍ଚଳରେ ଯୁବକଯୁବତୀ ଓ ଅଧିକ ଶିକ୍ଷିତ ଲୋକଙ୍କ ମଧ୍ୟରେ ବେରୋଜ ଗାରୀ ଅଧିକ । ଫଳରେ ପିଏଚ୍‌ଡିଧାରୀ ଉଚ୍ଚ ଶିକ୍ଷିତ ମାନେ ମଧ୍ୟ ପିଅନ ଚାକିରି କରିବାକୁ କୁଣ୍ଠାବୋଧ କରୁନାହାନ୍ତି । ଉତ୍ତର ପ୍ରଦେଶରେ ପୁଲିସ ବିଭାଗର ୬୨ଟି ପିଅନ ପଦ (ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ) ପାଇଁ ୩,୭୦୦ ପି.ଅଚ.ଡି ଉପାଧି ଧରି, ୫୦,୦୦୦ ଗ୍ରାଜୁଏଟ୍‌ ଓ ୨୮,୦୦୦ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥୁବା ଯୁବକଯୁବତୀ ଆବେଦନ କରିବା ଘଟଣାରୁ ଦେଶରେ ବେକାରୀ ସଙ୍କଟର ଚରମ ସ୍ଥିତି ଆକଳନ କରିବା କଷ୍ଟକର ନୁହେଁ । ଏଥିରୁ ସ୍ପଷ୍ଟ ଯେ କେତେକ ପ୍ରମୁଖ ସଂସ୍ଥାକୁ ଛାଡ଼ିଦେଲେ ଶିକ୍ଷା ଯୁବବର୍ଗଙ୍କ ପାଇଁ ରୋଜଗାର କ୍ଷମତା ଯୋଗାଇବାରେ ବିଫଳ ହେଉଛି । ଅତଏବ ଯେଉଁ ଯୁବ ଶ୍ରମଶକ୍ତି ଦେଶର ଅର୍ଥ ବ୍ୟବସ୍ଥାକୁ ଅଧିକ ଗତି ଦେବାରେ ସହାୟକ ହୁଅନ୍ତା, ତାର ଅନୁପଯୋଗ ଉଦ୍‌ବେଗଜନକ । ଏହା ଏଇଥିପାଇ ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଯେ ଏହି ବର୍ଗ ସର୍ବାଧିକ ଉତ୍ପାଦକ ଶ୍ରେଣୀ; କିନ୍ତୁ ସେଥିରୁ ଦେଶ ବଞ୍ଚିତ । ଉପରୋକ୍ତ ରିପୋର୍ଟ ଅନୁଯାୟୀ, ୨୦୧୯ ରୁ ୨୦୨୨ ମଧ୍ୟରେ ଉଦ୍ୟୋଗ ଓ ସେବା କ୍ଷେତ୍ରରେ ରୋଜଗାର କୌଶଳର ତୀବ୍ରତା ବୃଦ୍ଧି ପାଇଥିଲା, ଯାହା ଶ୍ରମ ବଜାରର ପ୍ରତିକୂଳ । ସେହିପରି ବିଗତ ଦଶନ୍ଧିରେ ବେତନଭୋଗୀଙ୍କ ହାରାହାରି ରୋଜଗାରରେ ସେଭଳି କିଛି ଆଖୁଦୂଶିଆ ବୂଦ୍ଧି ହୋଇନାହିଁ ଏବଂ ପ୍ରାୟତଃ ସ୍ଥିର ରହିଥିବା ଦେଖାଯାଇଛି । କୋଭିଡ଼ ମହାମାରୀ କାଳରେ ଅନେକଙ୍କ ବେତନରେ ହ୍ରାସ କରାଯାଇଥିବା ଦେଖିବାକୁ ମିଳିଥିଲା ଏବଂ ଅନେକଙ୍କୁ ଚାକିରି ହରାଇବାକୁ ମଧ୍ୟ ପଡିଥିଲା । ବର୍ତମାନ ସେହି ଅବସ୍ଥା ନାହିଁ ସତ, କିନ୍ତୁ ଅଧିକାଂଶ ଆୟ ମଧ୍ୟ ବଢ଼ି ନାହିଁ । ବେଶି ଲୋକଙ୍କୁ କୃଷି ହିଁ ରୋଜଗାର ଦେଇଛି; କିନ୍ତୁ ସେଥିରେ ଆୟ ଅତ୍ୟନ୍ତ ସୀମିତ ଓ ଅସ୍ଥିର। ଅତଏବ ଏ ବିଷୟରେ ସରକାର ଚିନ୍ତା କରିବା ଆବଶ୍ୟକ । ଏହା ସତ ଯେ ସରକାର ଦଶନ୍ଧିଦଶନ୍ଧି ଧରି ରୋଜଗାର ସୃଜନ ପାଇଁ ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି; କିନ୍ତୁ ବର୍ତମାନର ସ୍ଥିତି ଦେଖିଲେ ତାହା ବିଶେଷ ଉତ୍ସାହ ଜନକ ମନେ ହେଉନାହିଁ।

1.କୋଉଠି ଯୁବତୀ ଯୁବକ ମାନେ ଉଚ୍ଚ ଶିକ୍ଷିତ

A.ଗ୍ରାମାଞ୍ଚଳରେ

B.ବିଦେଶରେ

C.ସହରରେ

D.ଓଡ଼ିଶାରେ

2.ଉତ୍ତର ପ୍ରଦେଶରେ ପିଅନ ପାଇ ଶିକ୍ଷା ଗତ ଯୋଗ୍ୟତା କଣ

A.ପି.ଏଚ୍. ଡି

B.ଦଶମ

C.ପଞ୍ଚମ

D.ସ୍ନାତକ

3.କିଏ ଯୁବକ ଯୁବତୀଙ୍କୁ ରୋଜଗାର ଯୋଗେଇବାରେ ଅସମର୍ଥ ହୋଇଛି

A.ସରକାର

B.ଲୋକ

C.ଶିକ୍ଷା

D.ମୋବାଇଲ୍

4.ସୃଜନ ର ବିପରୀତ ଶବ୍ଦଟି କଣ

A.ଜନଶୂନ୍ୟ

B.ସାଜନ

C.ବର୍ଜନ

D.ଦୁର୍ଜନ

5.କୋଉ ସମୟରେ ଲୋକ ମାନଙ୍କୁ ଚାକିରି ହରେଇବାକୁ ପଡିଥିଲା

A.କୋଭିଡ୍ ସମୟରେ

B.ପଞ୍ଚମ ଶ୍ରେଣୀରେ

C.ଶ୍ରମ ବଜାର  ଆରମ୍ଭରେ

D.କୌଣସିଟି ନୁହେଁ

ANSWER KEY click here

FOR MORE click here

 

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

Leave a Reply

Your email address will not be published. Required fields are marked *