Physical Address

304 North Cardinal St.
Dorchester Center, MA 02124

ODIA PASSAGE BEST OF BEST PART-09 2024

ODIA PASSAGE BEST OF BEST PART-09 2024

ODIA PASSAGE BEST OF BEST PART-09 2024

ODIA PASSAGE BEST OF BEST PART-09 2024

ODIA PASSAGE BEST OF BEST PART-09 2024
ODIA PASSAGE BEST OF BEST PART-09 2024

ଶିଶୁଙ୍କୁ ଭାରତୀୟ ସମାଜରେ ଇଶ୍ଵରଙ୍କ ରୂପ ଭାବରେ ଗ୍ରହଣ କରାଯାଏ। ସେମାନେ ବଞ୍ଚିବାର ଉଦ୍ଦେଶ୍ଯ ଶିଖାନ୍ତି। ମନୁଷ୍ୟ କ’ଣ, ପଶୁପକ୍ଷୀ ସେହି ପିଲାଙ୍କ ଲାଗି ସକାଳେ ନୀଡ଼ ଛାଡ଼ି ଖାଦ୍ୟ ସଂଗ୍ରହ ପାଇଁ ଯାଇ ସଂଧ୍ୟାରେ ଫେରିଆସନ୍ତି । ସନ୍ତାନ ଜନ୍ମକୁ ପରିବାରରେ ସୌଭାଗ୍ୟର ଆଗମନ ଭାବରେ ଗ୍ରହଣ କରାଯାଏ। ଶିଶୁଟିଏ ଜନ୍ମ ହେଲେ ପରିବାରରେ ଖୁସିର ଲହରୀ ଖେଳିଯାଏ, ପାରସ୍ପରିକ ଆବେଗିକ ବନ୍ଧନ ଦୃଢ଼ ହୁଏ| ପିତାମାତାଙ୍କର ସୁବିଧା-ଅସୁବିଧା ସମୟରେ ପିଲାମାନେ ସମର୍ଥନର ଦେଇଥାନ୍ତି। ମାନସିକ ବିଷାଦ ସମୟରେ ସେମାନେ ଖୁସିର ମାଧ୍ଯମ ହୋଇଥାନ୍ତି । ସେମାନଙ୍କ ମୁହଁ ଚାହିଁଦେଲେ ସବୁ ଦୁଃଖ ଭୁଲି ହୋଇଯାଏ । ପିତାମାତାଙ୍କ ଭିତରେ ମନୋମାଳିନ୍ୟ ହେଲେ ପିଲାମାନେ ସେସବୁର ସମାଧାନ କରିଥାନ୍ତି। ଅନେକ ଜାଗାରେ ଦେଖାଯାଇଛି ପିଲାଙ୍କ ଯୋଗୁଁ ବିବାହ ବିଚ୍ଛେଦ ପାଇଁ ଲଢିଥିବା ପତି ପତ୍ନୀ ପୁଣି ଏକାଠି ହୋଇ ସୁଖରେ ସଂସାର କରିଛନ୍ତି । ଭାରତୀୟ ପରିବାରରେ ସନ୍ତାନ  ବୃଦ୍ଧାବସ୍ତାରେ  ଆଶ୍ରୟ ଭାବରେ ଗଣା ହୁଅନ୍ତି। ଏସବୁ ଅନୁଭବ କରିବା ସତ୍ଜେ ଆଜିର ଯୁବପିଢ଼ି ସନ୍ତାନପ୍ରଜନନ ଠାରୂ ଦୂରେଇ ଯିବା କେଉଁ ପ୍ରାଚୀନଯୁଗରୁ ସମାଜ ଓ ଦେଶକୁ ଗଢ଼ିଥୁବା ପବିତ୍ର ଅନୁଷ୍ଠାନ ପରିବାରର ଅସ୍ତିତ୍ଵ ପ୍ରତି ବିପଦ ସୃଷ୍ଟି କରିଛି। ଯୁବପିଢ଼ିର ସନ୍ତାନ ପ୍ରଜନନ ପ୍ରତି ପ୍ରତିକୂଳ ମନୋଭାବ ବିଭିନ୍ନ ସାମାଜିକ ବିଭ୍ରାଟ ସୃଷ୍ଟି କରିବାକୁ ଯାଉଛି । ଏହାର ନିରାକରଣ କେବଳ ସେହିମାନଙ୍କ ପାଖରେ । ଭବିଷ୍ୟତର ରୂପରେଖ ସମୟ ହାତରେ।

1.କିଏ ବଞ୍ଚିବାର ଉଦ୍ଦେଶ୍ୟ ଶିଖାଏ ?

A.ଈଶ୍ୱର

B.ପିତାମାତା

C.ଶିଶୁ

D.ବୃଦ୍ଧା ଲୋକ

2.ଶିଶୁ ଜନ୍ମରେ କଣ ଦୃଢ଼ ହୁଏ

A.ସମ୍ପତି

B.ସୁଖ

C.ଆବେଗିକ ବନ୍ଧନ

D.ସୁବିଧା ଅସୁବିଧା

3.ପତି ପତ୍ନୀ କଣ ପାଇ ଲଢନ୍ତି ବୋଲି କୁହାଯାଇଛି

A.ଶିଶୁ ପାଇ

B.ଟଙ୍କା ପାଇ

C.ପ୍ରଜନନ ପାଇ

D.ବିଚ୍ଛେଦ ପାଇ

4.ନୀଡ ଶବ୍ଦର ଅର୍ଥ କଣ?

A.ଶିଶୁ

B.ବାପା

C.ଗୃହ

D.ଉଚ୍ଚ ସ୍ଥାନ

5.ସନ୍ତାନ ପ୍ରଜନନ ପାଇ ଯୁବ ପିଢ଼ିର କୋଉ ପ୍ରକାର ମନୋଭାବ ରହିଛି

A.ଅନୁକୂଳ

B.ପ୍ରତିକୂଳ

C.ଆଦର୍ଶ

D.ସାମାଜିକ

ANSWER KEY click here

for more click here

 

 

 

ednotehub.com
ednotehub.com

Hello,I am Suryakanta and i am a professional blogger.

Articles: 91

Leave a Reply

Your email address will not be published. Required fields are marked *